Categories: ଜାତୀୟ

ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର ଡୋଡ଼ା ଜିଲାର ରାମବନଠାରେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ବଟୋଟ୍‌-ଡୋଡ଼ା ରୋଡ୍‌ରେ ସେନା ଗାଡ଼ି ଉପରେ ଶନିବାର ସକାଳ ୭ଟା ୩୦ରେ ଆତଙ୍କବାଦୀମାନେ ଆକ୍ରମଣ କରିବାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ରାମବନ ଅଞ୍ଚଳରେ ଘେରାବନ୍ଦୀ କରାଯାଇଛି। ସେନା ବାହିନୀ ଗାଡ଼ିରେ ଯାଉଥିବାବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଫେବୃୟାରୀ ୧୪ରେ ପୁଲଓ୍ବାମାର ଲେଥପୋରାଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିଲା। ୮ ମାସ ପରେ ପୁଣି ଏଭଳି ଘଟଣା ଘଟିଛି।

Share