ସେନା ଚରିତ୍ରରେ ନଜର ଆସିବେ ବରୁଣ

ମୁମ୍ବାଇ: ଆକ୍ସନ, କମେଡି ଓ ଇମୋଶନରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ବରୁଣ ଧଓ୍ବନଙ୍କୁ ଏବେ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ପରମବୀରଚକ୍ରରେ ସମ୍ମାନୀତ ସେନା ଅଧିକାରୀ ଅରୁଣ କ୍ଷେତ୍ରପାଳଙ୍କ ବାୟୋପିକ୍‌ରେ ଏବେ ବରୁଣ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ପ୍ରଯୋଜକ ଦିନେଶ ବିଜାନ ଏହି ଫିଲ୍ମକୁ ନେଇ କହିଛନ୍ତି ଏହା ଏକ ପ୍ରେରଣାଦାୟୀ ଫିଲ୍ମ ହେବ। ଶ୍ରୀରାମ ରାଘବନ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ବରୁଣ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି। ମାତ୍ର ୨୧ ବର୍ଷ ବୟସରେ ନିଜ ବୀରତା ପାଇଁ କ୍ଷେତ୍ରପାଳ ସର୍ବକନିଷ୍ଠ ସେନା ଅଧିକାରୀ ଭାବେ ପରମବୀରଚକ୍ର ପାଇଥିଲେ। ତେଣୁ ଏମିତି ଏକ କାହାଣୀକୁ ପରଦା ଉପରକୁ ଆଣିଲେ ଆମ ଦେଶର ଅନେକ ଯବାନ ଏହାଦ୍ୱାରା ପ୍ରେରଣା ପାଇବେ ବୋଲି ପ୍ରଯୋଜକ ପ୍ରକାଶ କରିଛନ୍ତି। ଏଥର ବରୁଣଙ୍କ ଏହି ସେନା ଲୁକ୍‌ ଦର୍ଶକଙ୍କ ପାଇଁ ନୂଆ ଲୁକ୍‌ ହେବ ବୋଲି କୁହାଯାଉଛି।

Share