Categories: ଜାତୀୟ

ସେନା ପୋଷାକରେ ଧଳା କାର୍‌ରେ ଦିଲ୍ଲୀରେ ପ୍ରବେଶ କଲେ ୫ ଆତଙ୍କବାଦୀ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୨୧।୧୦: ଦେଶର ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେନା ପୋଷାକରେ ଧଳା କାର୍‌ରେ ୫ ଆତଙ୍କବାଦୀ ଦିଲ୍ଲୀ ଏନସିଆର୍‌ ଅଞ୍ଚଳରେ ପ୍ରବେଶ କରିଛନ୍ତି। ସେମାନଙ୍କ କଥାବାର୍ତ୍ତା ରେକର୍ଡିଂ କରାଯାଇଛି। ସୁରକ୍ଷା କାର୍ଯ୍ୟାଳୟ, ବଡ଼ ବଡ଼ ସରକାରୀ ପ୍ରତିଷ୍ଠାନ, ମଲ୍‌ ଏବଂ ଜନଗହଳି ସ୍ଥାନରେ ଆତ୍ମଘାତୀ ଆକ୍ରମଣ ଲାଗି ଆତଙ୍କବାଦୀମାନେ ଯୋଜନା କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ବିଭାଗକୁ ଏନେଇ ଅକ୍ଟୋବର ୧୮ରେ ସୂଚନା ମିଳିଥିଲା। ଗୋଇନ୍ଦା ରିପୋର୍ଟ ଆଧାରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆବଶ୍ୟକସ୍ଥଳେ ସନ୍ଦିଗ୍ଧ ଯାନବାହନ, ବସ୍ତୁ ତଥା ବ୍ୟକ୍ତି ବିଶେଷଙ୍କ ଯାଞ୍ଚ୍‌ କରାଯାଉଛି।

Share