Categories: ଜାତୀୟ

ସେନା ପୋଷାକ ସହ ଖାପ ଖାଉଥିବା ପୋଷାକ ପିନ୍ଧି ଅଡୁଆରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୨: ରାଜଧାନୀ ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲୁଥିବା ବେଳେ ଦିଲ୍ଲୀ ପୋଲିସ ଏକ ଭୁଲ୍‌ କରି ବସିଥିବା ଆଲୋଚନା ହେଉଛି। ଏହି ସମୟରେ ଦିଲ୍ଲୀ ପୋଲିସ ଭାରତୀୟ ସେନା ପୋଷାକ ସହ ଖାପଖାଉଥିବା ଏକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ସେନାର ଗାଇଡଲାଇନ୍‌ ଅନୁଯାୟୀ, କୌଣସି ରାଜ୍ୟର ପୋଲିସ ଅଥବା ପ୍ରାଇଭେଟ ସିକ୍ୟୁରିଟି କମ୍ପାନୀ କୌଣସି ପରିସ୍ଥିତିରେ ସେନା କିମ୍ବା ସେନା ପୋଷାକ ଭଳି ପୋଷାକ ପିନ୍ଧି ପାରିବେ ନାହିଁ। ଏହାକୁ ନେଇ ଦିଲ୍ଲୀ ପୋଲିସ ଉପରେ ବଡ ଧରଣର କାର୍ଯ୍ୟନୁଷ୍ଠାନ ହେବ ବୋଲି କୁହାଯାଉଛି।

Share