ସେନା ମୁଖ୍ୟଙ୍କ ବିରୋଧରେ କହି ଗିରଫ ହେଲେ ନଓ୍ବାଜଙ୍କ ଜ୍ୱାଇଁ

ଲାହୋର,୨୨।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଜ୍ୱାଇଁ ମହମ୍ମଦ ଶଫଦର ଏବେ ଅଡୁଆରେ ପଡିଯାଇଛନ୍ତି। ଶଫଦର ପାକିସ୍ତାନ ସେନାମୁଖ୍ୟ ଓ ଦେଶର ଶାଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କିଛି ମନ୍ତବ୍ୟ ଦେଇଥିବା ବେଳେ ଏବେ ଏହା ଚର୍ଚ୍ଚାକୁ ଆସିଛି। କେବଳ ସେତିକି ନୁହେଁ ଏଥିଲାଗି ତାଙ୍କୁ ଗିରଫ ମଧ୍ୟ କରାଯାଇଛି। ପୋଲିସର ସୂଚନା ମୁତାବକ ହିଂସା ସୃଷ୍ଟିକରିବା ଭଳି ଭାଷଣ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଭ୍ରଷ୍ଟାଚାର ମାମଲାରେ କୋର୍ଟର ଦ୍ୱାରସ୍ଥ ହୋଇଥିବା ଶଫଦର ଏବେ ପୁଣି ଅଡୁଆ ଭିତରକୁ ଚାଲି ଯାଇଛନ୍ତି।

Share