Categories: ଜାତୀୟ

ସେନା ମେଜର ପ୍ରସ୍ତୁତ କଲେ ପ୍ରଥମ ବୁଲେଟ୍‌ ପ୍ରୁଫ୍‌ ହେଲ୍‌ମେଟ: ଭେଦ କରିପାରିବନି ଏକେ-୪୭ର ଗୁଳି

ନୂଆଦିଲ୍ଲୀ,୮।୨: ଜମ୍ମୁ-କଶ୍ମୀର ସୀମାରେ ବିଶେଷ କରି ପାକିସ୍ତାନ ପକ୍ଷରୁ ଭାରତୀୟ ସେନାଙ୍କୁ ଲକ୍ଷ୍ୟ କରି ଗୁଳି ଚାଳନା କରାଯାଉଛି। ସେହିଭଳି ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ ସମୟରେ ସେନାଙ୍କ ସୁରକ୍ଷା ସବୁଠାରୁ ବଡ ଚିନ୍ତା ପାଲଟିଯାଉଛି। ଏହାକୁ ଦୃଷ୍ଟିରେ ରଖି ସେନାର ମେଜର ଅନୁପ ମିଶ୍ର ଏକ ବୁଲେଟ୍‌ ପ୍ରୁଫ୍‌ ହେଲମେଟ୍‌ ତିଆରି କରିଛନ୍ତି। ଦାବି କରାଯାଉଛି କି ଏହା ବିଶ୍ୱର ପ୍ରଥମ ବୁଲେଟ୍‌ ପ୍ରୁଫ୍‌ ହେଲମେଟ୍‌ ଯାହା ୧୦ ମିଟର ଦୂରରୁ ଏକେ-୪୭ ରୁ ଗୁଳିକଲେ ଏହା ହେଲ୍‌ମେଟକୁ ଭେଦ କରିପାରିବ ନାହିଁ। ଏହା ପୂର୍ବରୁ ମେଜର ଅନୁପ ମିଶ୍ର ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ ତିଆରି କରିସାରିଛନ୍ତି, ଯାହା ସ୍ନାଇପର ରାଇଫଲର ଗୁଳିରୁ ସୁରକ୍ଷା ଦେଇପାରିଛି। ସେନାର ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାଲେଷ୍ଟିକ୍‌ ହେଲ୍‌ମେଟକୁ ମେଜର ଅନୁପ ମିଶ୍ର ‘ଅଭେଦ ପ୍ରୋଜେକ୍ଟ’ ଅଧିନରେ ତିଆରି କରିଛନ୍ତି।

Share