ସେନା ଶିବିର ଉପରେ ମିଶାଇଲ୍‌, ଡ୍ରୋନ ଆକମଣ: ୮୦ ମୃତ

ଦୁବାଇ,୧୯।୧: ୟେମେନର ମରିବରେ ଥିବା ମିଲିଟାରୀ କ୍ୟାମ୍ପ ଉପରେ ଆତଙ୍କବାଦୀଙଞ୍କ ପକ୍ଷରୁ ମିସାଇଲ ଏବଂ ଡ୍ରୋନ ମାଡ ହୋଇଛି। ନମାଜ ପାଠବେଳେ ଏହି ଆମଣ କରାଯାଇଥିଲା। ଏହି ଆକ୍ରମଣରେ ୮୦ରୁ ଅଧିକ ଯବାନଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପଛରେ ‘ହୁତି’ର ହାତ ଥିବା କୁହାଯାଉଛି। କାରଣ ‘ହୁତି’ ଓ ୟେମେନ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗିରହିଛି। ସୂଚନାଯୋଗ୍ୟ, ନମାଜ ପାଠ ହେଉଥିବା ବେଳେ ମିସାଇଲ ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରାଯାଇଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

Share