Categories: ଜାତୀୟ

ସେନ୍‌ଗାରଙ୍କ ବିରୋଧରେ ରାୟ ଆଜି

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଉନ୍ନାଓ ବଳାତ୍କାର ମାମଲାରେ ଭାଜପାରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତ ସୋମବାର ରାୟ ପ୍ରଦାନ କରିବେ। ୨୦୧୭ରେ ଜଣେ ନାବାଳିକାଙ୍କୁ ବିଧାୟକ ସେନ୍‌ଗାର ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ସିବିଆଇ ଏବଂ ଅଭିଯୁକ୍ତଙ୍କ ଚୂଡାନ୍ତ ଯୁକ୍ତି ଶୁଣିବା ପରେ ଜିଲା ଜଜ୍‌ ଧର୍ମେଶ ଶର୍ମା ୧୬ ତାରିଖକୁ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାକୁ ଲକ୍ଷ୍ନୌରୁ ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତର କରାଯିବା ପରେ ଅଗଷ୍ଟ ୫ରୁ ଏହା ଉପରେ ଦୈନନ୍ଦିନ ଶୁଣାଣି ହୋଇଥିଲା। ପରେ ଭାଜପା ସେନ୍‌ଗାରଙ୍କୁ ଦଳରୁ ବହିଷ୍କାର କରିଥିଲା।
୯ରେ ସେନ୍‌ଗାର ଓ ଅନ୍ୟତମ ଅଭିଯୁକ୍ତ ଶଶୀ ସିଂଙ୍କ ବିରୋଧରେ ଅଦାଲତ ଆଇପିସି ଏବଂ ପୋକ୍ସୋ ଆଇନର ବିଭିନ୍ନ ଧାରାରେ ଚାର୍ଜଫ୍ରେମ୍‌ କରିଥିଲେ। ଜୁଲାଇ ୨୮ରେ ପୀଡ଼ିତାଙ୍କୁ ମାରିଦେବା ପାଇଁ ସେନ୍‌ଗାର ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେ ଯାଉଥିବା କାରକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା, ଯେଉଁଥିରେ ପୀଡ଼ିତାଙ୍କ ଦୁଇଜଣ ଖୁଡ଼ୀଙ୍କ ମୃତ୍ୟୁ ହୋଇଥିଲା ।

Share