Categories: ଫୁରସତ

ସେନ୍‌ସରରୁ ଜାଣିହେବ ହୃଦ୍‌ରୋଗ

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍‌ସର। ଏହା ଶୀଘ୍ର ଓ ଠିକ୍‌ ଭାବେ ହୃଦ୍‌ରୋଗ ନିରୂପଣ କରିପାରୁଛି। ଏହି ସେନ୍‌ସର ସମ୍ବନ୍ଧରେ ଜର୍ନାଲ ଅଫ୍‌ ମ୍ୟାଟେରିଆଲ କେମେଷ୍ଟ୍ରୀ-ବି’ରେ ପ୍ରକାଶପାଇଛି। ଗବେଷଣା ଟିମ୍‌ ତଥା ବାୟୋମେଡିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରେଣୁ ଜନ୍‌ କହନ୍ତି ଏହି ସେନ୍‌ସର ଏକ ମିନିଟ୍‌ ମଧ୍ୟରେ ହୃଦ୍‌ରୋଗ ଜଣାଇ ଦେଇପାରୁଛି। ଏହା ମାଧ୍ୟମରେ କିଭଳି ଅନ୍ୟସବୁ ରୋଗ ନିରୂପଣ କରାଯିବ ତାହା ଉପରେ ବି ଅନୁଧ୍ୟାନ ଚାଲିଛି।

Share