Categories: ବାଣିଜ୍ୟ

ସେନ୍‌ସେକ୍ସରେ ୧୪୦ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୩-୫: ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୧୪୦ ପଏଣ୍ଟ ବୃଦ୍ଧି ଘଟିଛି। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ବ୍ୟାଙ୍କିଙ୍ଗ ଏବଂ ଅଟୋ ଷ୍ଟକ କାରବାର ଉନ୍ନତ ରହିବା ଯୋଗୁ ସୂଚକାଙ୍କରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୩୦୦ ପଏଣ୍ଟ ଉଠିଥିବା ବେଳେ କାରବାର ଶେଷ ହେବା ବେଳକୁ ୧୪୦.୪୧ ପଏଣ୍ଟ (୦.୩୬%) ଉଚ୍ଚରେ ରହି ବନ୍ଦ ହୋଇଛି। ଏହି ସମୟରେ ସେନ୍‌ସେକ୍ସ ୩୯,୧୧୦.୨୧ ସ୍ତରରେ ରହିଛି। ଦିନର ମଧ୍ୟବର୍ତ୍ତୀ ସମୟରେ ଏହା ୩୯,୨୪୯.୦୮ ଏବଂ ସର୍ବନିମ୍ନ କାରବାର ୩୮,୦୩.୮୭ ପଏଣ୍ଟ ରହିଥିଲା। ସେହିଭଳି ନିଫ୍ଟି କାରବାର ୨୮.୮୦ ପଏଣ୍ଟ ବା ୦.୨୫% ଉନ୍ନତ ରହି ୧୧,୭୩୭.୯୦ ପଏଣ୍ଟ ସ୍ତର ଛୁଇଁଛି।

Share