Categories: ବାଣିଜ୍ୟ

ସେନ୍‌ସେକ୍ସ ୪୦,ନିଫ୍ଟି ୧୨ ହଜାର ଟପିଲା

ମୁମ୍ବାଇ,୨୩-୫: ସାତଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଗୁରୁବାର ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିିବାକୁ ଯାଉଥିବା ମନେହେଉଛି। ଏହାର ପ୍ରଭାବ ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜରେ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୪୦ ହଜାରର ଐତିହାସିକ ସ୍ତର ଛୁଇଁଛି। ପୂର୍ବାହ୍ନ ୧୦.୪୫ରେ ସେନ୍‌ସେକ୍ସ ୪୦,୧୦୦.୯୧ ପଏଣ୍ଟ ସ୍ତରରେ ପହଞ୍ଚତ୍ଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି ବୃଦ୍ଧି ପାଇ ୧୨,୦୩୪.୭୫ ହୋଇଛି। ମୋଦି ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ମନେ କରି ନିବେଶକମାନେ ଆଶ୍ୱସ୍ତ ହୋଇ ଷ୍ଟକ୍‌ ମାର୍କେଟରେ ଅଧିକ ନିବେଶ କରୁଥିବା ପରିଲକ୍ଷିତ ହେଉଛି। ବିଶେଷକରି ବ୍ୟାଙ୍କିଙ୍ଗ ସେକ୍ଟରରେ ଅଧିକ ନିବେଶ ହେଉଥିବାର ଦେଖାଯାଇଛି। ଏହାବ୍ୟତୀତ ଅଟୋମୋବାଇଲ କମ୍ପାନୀ ଶେୟାର ପ୍ରତି ସେମାନଙ୍କ ଆଗ୍ରହ ଥିବା ମନେହେଉଛି। ବିଏସ୍‌ଇରେ ବିଶେଷତଃ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ(୬.୩୫%), ଏସ୍‌ବିଆଇ(୬.୧୮%), ପାଓ୍ବାରଗ୍ରିଡ(୨.୫୮%), ୟେସ୍‌ ବ୍ୟାଙ୍କ(୮.୦୨%), ଆକ୍ସିସ୍‌ ବ୍ୟାଙ୍କ(୨.୧୪%) ବୃଦ୍ଧି ପାଇଛି। ସେହିପରି ଏନ୍‌ଏସ୍‌ଇରେ ଇଣ୍ଡସ୍‌ଇଣ୍ଡ୍‌(୫.୫୪%), ସନ୍‌ ଫାର୍ମା(୩.୪୬%), ବଜାଜ ଅଟୋ(୨.୫୧%), ବିପିସିଏଲ୍‌(୨.୩୫%) ଓ ଆୟଶର ମୋଟର୍ସ(୧.୮୩%) ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ବିଏସ୍‌ଇରେ ବେଦାନ୍ତ ଲିମିଟେଡ ଶେୟାର ୦.୩୬୫, ଓଏନ୍‌ଜିସି ୦.୧୧% ହ୍ରାସ ପାଇଛି। ଏନ୍‌ଏସ୍‌ଇରେ ଟେକ୍‌ ମହିନ୍ଦ୍ରା ଶେୟାର ସର୍ବାଧିକ ୨.୯୮%, ଇଣ୍ଡିଆ ବୁଲ୍‌ ହାଉସିଂ ଫାଇନାନ୍ସ ୨.୯୪%, ଇନ୍‌ଫ୍ରାଟେଲ୍‌ ୨.୫୨%, ୟେସ୍‌ ବ୍ୟାଙ୍କ ୧.୪୯% ଓ ଜି ଲିମିଟେଡ ଶେୟାର ୧.୩୫% ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି।

Share