ସେପ୍ଟେମ୍ବରରେ ଉତ୍ତର ରେଳପଥରେ ୪ଟ୍ରେନ ବାତିଲ

ଭୁବନେଶ୍ୱର, ୨୮-୮(ବ୍ୟୁରୋ)-ଉତ୍ତର ରେଳପଥରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁ ୪ଟି ଏକ୍ସପ୍ରେସକୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ(୧୮୫୦୭-୧୮୫୦୮) ବିଶାଖାପାଟଣାରୁ ସେପ୍ଟେମ୍ବର ୫ ଓ ୬ ଏବଂ ଅମୃତସରଠାରୁ ସେପ୍ଟେମ୍ବର ୮ ଓ ୧୧ରେ ବାତିଲ ରହିବ। ବିଶାଖାପାଟଣା-ହଜରତ ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ(୧୨୮୦୭-୧୨୮୦୮) ବିଶାଖାପାଟଣାରୁ ସେପ୍ଟେମ୍ବର ୪ ଓ ୫ ଏବଂ ନିଜାମୁଦ୍ଦିନରୁ ସେପ୍ଟେମ୍ବର ୬ ଓ ୭ରେ ବାତିଲ ରହିବ। ସମ୍ବଲପୁର-ରାଇଗଡ-ସମ୍ବଲପୁର ସ୍ବତନ୍ତ୍ର ଲିଙ୍କ ଟ୍ରେନ ସମ୍ବଲପୁରରୁ ସେପ୍ଟେମ୍ବର ୭ ଓ ରାଇଗଡରୁ ୮ରେ ବାତିଲ ରହିବ। ସେହିଭଳି ବିଶାଖାପାଟଣା-ନୂଆଦିଲ୍ଲୀ-ବିଶାଖାପାଟଣା ଏପି ଏକ୍ସପ୍ରେସ (୨୨୪୧୫-୨୨୪୧୬) ବିଶାଖାପାଟଣାରୁ ସେପ୍ଟେମ୍ବର ୬ ଓ ନୂଆଦିଲ୍ଲୀରୁ ୮ରେ ବାତିଲ ରହିବ। ଏହା ସହ ପୁରୀ-ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ(୧୮୪୭୭-୧୮୪୭୮) ର ମାର୍ଗ ପରିବର୍ତ୍ତନ କରାଯାଇଛି। ଏହି ଏକ୍ସପ୍ରେସ ପୁରୀଠାରୁ ସେପ୍ଟେମ୍ବର ୨କୁ ଛାଡି ୧ତାରିଖରୁ ୬ ତାରିଖ ଯାଏଁ ଏବଂ ହରିଦ୍ୱାରଠାରୁ ୬ ଓ ୮ରେ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ। ମଥୁରା ଓ ନିଜାମୁଦ୍ଦିନ ଷ୍ଟେସନ ମାର୍ଗରେ ନ ଯାଇ ଆଗ୍ରା କ୍ୟାଣ୍ଟ-ମିତାଓ୍ବାଲି-ଖୁରଜା-ମିରଟ ସିଟି-ତାପ୍ରି ଷ୍ଟେସନ ମାର୍ଗରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଚଳାଚଳ କରିବ।