ସେପ୍ଟେମ୍ବରରେ ମୋଦିଙ୍କ ଆମେରିକା ଗସ୍ତ

ଓ୍ବାଶିଂଟନ୍‌,୧୪ା୭(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ସାଧାରଣ ସଭାରେ ଯୋଗଦେବା ଲାଗି ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବା ସମ୍ଭାବନା ଅଛି। ମୋଦି ତାଙ୍କ ଗସ୍ତକାଳରେ ହ୍ୟୁଷ୍ଟନ୍‌ରେ ସେପ୍ଟେମ୍ବର ୨୨ରେ ଭାରତୀୟ-ଆମେରିକୀୟଙ୍କୁ ଉଦ୍‌ବୋଧନ ଦେବେ। ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ହୋଇ ନ ଥିଲେ ସୁଦ୍ଧା ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତୀୟ-ଆମେରିକୀୟ ସମାଜ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ହ୍ୟୁଷ୍ଟନ୍‌ରୁ ନ୍ୟୁୟର୍କ ଯାତ୍ରା କରି ସେଠାରେ ସେପ୍ଟେମ୍ବର ୨୩ରେ ଜାତିସଂଘର ଏକ ସ୍ବତନ୍ତ୍ର ବୈଠକରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଉଦ୍‌ବୋଧନ ଦେବେ ବୋଲି ଜଣାପଡିଛି।

Share