ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ ନିୟମ : ଲୋକଙ୍କୁ ସଚେତନ କରାଇବାକୁ ବୋର୍ଡ ଲଗାଇଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୫।୮(ବ୍ୟୁରୋ) : ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ସଚେତନ କରାଯାଇଛି। କମିଶନରେଟ୍‌ ପୋଲିସ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ରହିଥିବା ଦଣ୍ଡବିଧାନ ସମ୍ପର୍କରେ ବାର୍ତ୍ତା ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ନିୟମ ଲାଗୁହେବ।

କ’ଣ ରହିଛି ଦଣ୍ଡବିଧାନ :
-ହେଲମେଟ୍‌ ନ ପିନ୍ଧିଲେ ୧ ହଜାର ଟଙ୍କା

-ସିଗ୍‌ନାଲ ନ ମାନିଲେ ୫ ହଜାର ଟଙ୍କା

-ସିଟ୍‌ବେଲ୍ଟ ନ ବାନ୍ଧିଲେ ୧ ହଜାର ଟଙ୍କା

-ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା

-ବାଇକ୍‌ରେ ୩ ଜଣ ବସିଲେ ୫ ହଜାର ଟଙ୍କା

-ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

-ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

-ଆମ୍ବୁଲାନ୍ସକୁ ରାସ୍ତା ନ ଦେଲେ ୧୦ ହଜାର ଟଙ୍କା

-ଯୋଗ୍ୟତା ଅନୁସାରେ ଗାଡ଼ି ନ ଚଳାଇଲେ ୫ ହଜାର ଟଙ୍କା

-ବେପରୁଆ ଭାବେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଟ୍ରାଫିକ୍‌ ବୋର୍ଡରେ ଉଲ୍ଲେଖ ରହିଛି।