Categories: ଜାତୀୟ

ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ: ଅମ୍ବାଲା ଏୟାର୍‌ ବେସ୍‌ରେ ହେବ ମୁତୟନ

ନୂଆଦିଲ୍ଲୀ,୨।୭: ଭାରତକୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ରାଫାଲ ଯୁଦ୍ଧ ବିମାନ ମିଳିବାର ସମ୍ଭାବନା ରହିଛି। ଏନେଇ ଫ୍ରାନ୍ସ୍‌ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଭାରତୀୟ ବାୟୁସେନାରେ ସାମିଲ୍‌ ହେବା ପୂର୍ବରୁ ଏହାର ପରୀକ୍ଷଣ କରାଯିବ। ରାଫାଲ ଯୁଦ୍ଧ ବିମାନ ପ୍ରଥମେ ୧୭ ସ୍କ୍ବାଡ୍ରନ୍‌କୁ ମିଳିବାର ସମ୍ଭାବନା ରହିଛି। ପାକିସ୍ତାନ ଉପରେ ନଜର ରଖାଯିବା ପାଇଁ ଏହାକୁ ଅମ୍ବାଲା ଏୟାର ବେସ୍‌ରେ ମୁତୟନ କରାଯିବ ବୋଲି କୁହାଯାଉଛି। ଏହା ସହିତ ଦେଶର ପଶ୍ଚିମ ସୀମା ଉପରେ ମଧ୍ୟ ଏହା ନଜର ରଖିବ। ଏହାର ଉଡ଼ାଣ ପାଇଁ ବାୟୁସେନା ଫାଇଟର ପାଇଲଟ୍‌ଙ୍କୁ ଫ୍ରାନ୍ସ୍‌ ଆବଶ୍ୟକ ତାଲିମ୍‌ ପ୍ରଦାନ କରିବ।

Share