ସେପ୍ଟେମ୍ବର ସୁଦ୍ଧା ସରିବ କରତାରପୁର କରିଡର

ଇସଲାମାବାଦ,୨।୬: ପାକିସ୍ତାନ କହିଛି କରତାରପୁର କରିଡରର ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ସରିଛି। ତେଣୁ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ଗୁରୁ ନାନକଙ୍କର ୫୫୦ ତମ ପ୍ରକାଶ ପର୍ବକୁ ଆଖି ଆଗରେ ରଖି ଏହି ନିର୍ମାଣ କରାଯାଉଛି। ତେବେ ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ପିଡବ୍ଲୁଡି ମନ୍ତ୍ରୀ ବିଜୟ ଇନ୍ଦର ସିଂଗାଲା ସେଠାରେ ପହଞ୍ଚିଛନ୍ତି। ତେବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି କରତାରପୁର କରିଡରର ବିକାଶ କାର୍ଯ୍ୟ ସେପ୍ଟେମ୍ବର ୩୦ ସୁଦ୍ଧା ସରିଯିବ। ନଭେମ୍ବରରେ ହେବାକୁ ଥିବା ସମାଗମ ପୂର୍ବରୁ ଏଠାରେ ସମସ୍ତ ସୁବିଧା ଉବଲବ୍ଧ ହୋଇଥିବ ବୋଲି ସେ ସୂଚନା ଦେଇଛନ୍ତି।

Share