Categories: ଖେଳ

ସେପ୍ଟେମ୍ବର ୧୪ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ: ବିସିସିଆଇ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ, ୧୬ା୮ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ କରିବା ଲାଗି ପ୍ରଶାସକ କମିଟି (ସିଓଏ) ସ୍ଥିର କରିଛି। ଏଥିରେ ଅଂଶଗ୍ରହଣ କରିବାକୁ ହେଲେ ରାଜ୍ୟ ଆସୋସିଏଶନଗୁଡ଼ିକୁ ସେପ୍ଟେମ୍ବର୧୪ ସୁଦ୍ଧା ସେମାନଙ୍କ ନିର୍ବାଚନ କାର୍ଯ୍ୟ ଶେଷ କରିବାକୁ ହେବ। ବିସିସିଆଇର ନିର୍ବାଚନ ଅଧିକାରୀ ଏନ୍‌.ଗୋପାଳସ୍ବାମୀ ଶୁକ୍ରବାର ଏକଥା ସ୍ପଷ୍ଟ କରିଛନ୍ତି। ବୋର୍ଡ ଆପେକ୍ସ କାଉନ୍‌ସିଲର ନିର୍ବାଚନ ସମ୍ପର୍କିତ ସମସ୍ତ ନିୟମ ଏବଂ ପ୍ରଣାଳୀ ବିସିସିଆଇର ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଛି। ଆପେକ୍ସ କାଉନ୍‌ସିଲ ସଭାପତି, ଉପସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ଦୁଇ ଜଣ ଖେଳାଳି ପ୍ରତିନିଧି (ଜଣେ ପୁରୁଷ ଓ ଜଣେ ମହିଳା) ଏବଂ ଜଣେ ରାଜ୍ୟ ୟୁନିଟ୍‌ ପ୍ରତିନିଧି। କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି) କାର୍ଯ୍ୟାଳୟର ଜଣେ ପ୍ରତିନିଧି କାଉନ୍‌ସିଲ୍‌ର ୯ମ ସଦସ୍ୟ ରହିବେ। ଶୁକ୍ରବାର ସୁଦ୍ଧା ୩୮ ସ୍ବୀକୃତିପ୍ରାପ୍ତ ୟୁନିଟ୍‌ ମଧ୍ୟରୁ ୧୦ଟି ସେମାନଙ୍କ ସମ୍ବିଧାନ ସଂଶୋଧନ କରିନାହାନ୍ତି। ସେଗୁଡ଼ିକ ହେଲା ଅରୁଣାଚଳ ପ୍ରଦେଶ, ବେଙ୍ଗଲ ଛତିଶଗଡ଼, ଗୋଆ, ହରିୟାଣା, ଝାଡ଼ଖଣ୍ଡ, ତାମିଲନାଡୁ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ କର୍ନାଟକ।

Share