ଭୁବନେଶ୍ୱର,୨୬।୮(ବ୍ୟୁରୋ): ସେପ୍ଟେମ୍ବର ୫ରୁ ଗୁରୁ କେଳୁଚରଣ ମହାପତ୍ର ପୁରସ୍କାର ଉତ୍ସବ-୨୦୧୯ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଉକ୍ତ ସମାରୋହ ୫ ଦିନ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଏହା ୭ ଦିନ ଅନୁଷ୍ଠିତ ହେବ । ଏହି ଉତ୍ସବଟିକୁ ବିଶ୍ୱପ୍ରସିଦ୍ଧି ଲାଭ କରିଥିବା କଳାକାରମାନଙ୍କୁ ନେଇ ଏକ ନୃତ୍ୟ ଓ ସଂଗୀତର ଖସଡ଼ା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତକୁ ଅଗ୍ରାଧିକାର ଦିଆଯାଇଛି। ଏହି ମହୋତ୍ସବର ବିଶେଷ ଆକର୍ଷଣ ହେଉଛି କାର୍ଲିଫର୍ନିଆର ଗୁରୁ ଶ୍ରଦ୍ଧା ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ନିହାରୀକା ମହାନ୍ତିଙ୍କ ଦ୍ୱାରା ଏକକ ନୃତ୍ୟ ପରିବେଷଣ।