Categories: ଜାତୀୟ

ସେପ୍ଟେମ୍ବର ୬ରେ ଚନ୍ଦ୍ରରେ ପାଦ ଥାପିବ ଭାରତ

ନୂଆଦିଲ୍ଲୀ,୨।୫: ଆସନ୍ତା ସେପ୍ଟେମ୍ବର ୬ରେ ଭାରତ ଚନ୍ଦ୍ରରେ ପାଦ ଥାପିବ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ପକ୍ଷରୁ ସୂଚନା ଦିଆଯାଇଛି। ଚନ୍ଦ୍ରାୟାନ-୨ ଚଳିତ ବର୍ଷ ଜୁଲାଇ ୯ରୁ ଜୁଲାଇ ୧୬ ମଧ୍ୟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏହା ସେପ୍ଟେମ୍ବର ୬ରେ ଚନ୍ଦ୍ରରେ ଅବତରଣ କରିବ। ଏହାର ତିନିଟି ଅଂଶ ରହିଛି। ସେଗୁଡ଼ିକ ହେଉଛି ଓରବିଟର୍‌ ,ଲାଣ୍ଡର ଏବଂ ରୋଭର। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଏହା ଅବତରଣ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ସିଭାନ୍‌ ସୂଚନା ଦେଇଛନ୍ତି।

Share