Advertisement

ସେବାଶ୍ରମ ସ୍କୁଲରେ ପାଠ ପଢାଇଲେ ବିଧାୟକ

ଲୋଇସିଂହା,୧୯।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ମୁକେଶ ମହାଲିଙ୍ଗ ଆଗଲପୁର ବ୍ଲକ ରାମପୁରସ୍ଥିତ ଆଦିବାସୀ ସେବାଶ୍ରମ ସ୍କୁଲ ବୁଧବାର ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ସ୍କୁଲର ସୁବିଧା ଅସୁବିଧା ବୁଝିବା ସହ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପାଠ ପଢାଇଥିଲେ। ଅପରାହ୍ନରେ ରଗୁଡିଖାଲ ବିଶ୍ୱକର୍ମା ପୂଜା ସାଂସ୍କୃତିକ ସଭାରେ ବିଧାୟକ ଯୋଗଦେବାକୁ ଯାଇଥିଲେ। ସଭା ସାରି ସେବାଶ୍ରମ ସ୍କୁଲ ଯାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share