ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ

ପୁରୀ ଅଫିସ,୨୩।୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଧର୍ମପୀଠରେ କଟକଣା ଲଗାଇଛନ୍ତି। ଦେବଦେବୀଙ୍କ ସେବାପୂଜା ସ୍ବାଭାବିକ ରହିଥିବାବେଳେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି। କେବଳ ସେବାୟତ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ କରୁଛନ୍ତି। ରବିବାର ସେବାୟତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି। ସିଂହଦ୍ୱାରରେ ଥର୍ମାଲ ସ୍କ୍ରିନିଂ ପରେ ସେମାନଙ୍କୁ ଭିତରକୁ ଛଡ଼ା ଯାଇଥିଲା।

Share