ସେବା ଆଳରେ ଶୋଷଣ

ଶିଶୁ ଅଧିକାର ଆଇନକୁ କଡ଼ାକଡ଼ି କରାଯାଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ସୁନ୍ଦରଗଡ଼ ଜିଲାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହାୟତାରେ ପରିଚାଳିତ ହେଉଥିବା ଅଧିକାଂଶ ଶିଶୁଯତ୍ନ ଅନୁଷ୍ଠାନରେ ଶିଶୁମାନେ ଅସୁରକ୍ଷିତ ରହୁଥିବା ଅଭିଯୋଗ ହୋଇଛି। ଜିଲାରେ ୧୬ଟି ଶିଶୁ ଯତ୍ନ ଅନୁଷ୍ଠାନ ରହିଛି। ବିଭିନ୍ନ ସ୍ଥାନରୁ ଉଦ୍ଧାର ଶିଶୁ, ନାବାଳିକା, ନାବାଳକମାନଙ୍କୁ ସେଠାରେ ରଖାଯାଇଛି। ସରକାରଙ୍କ ତରଫରୁ ସେମାନଙ୍କ ଖାଦ୍ୟ,ପାନୀୟ ବ୍ୟବସ୍ଥା କରାଯିବା ସହିତ ପାଠପଢ଼ା ପାଇଁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦିଆଯାଉଛି। ଏହି ଶିଶୁ ଯତ୍ନ ଅନୁଷ୍ଠାନ ମଧ୍ୟରୁ ୧୪ଟି ବିଭିନ୍ନ ସାମାଜିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଛି। ଏହି ସବୁ ଅନୁଷ୍ଠାନରେ ଶିଶୁ ସୁରକ୍ଷା ଆଇନ୍‌ ଅନୁଯାୟୀ ସୁବିଧା, ସୁଯୋଗ ନାହିଁ। ପରିଚାଳନା ଦାୟିତ୍ୱରେ ଥିବା ଉପରୋକ୍ତ ଅନୁଷ୍ଠାନର କର୍ମକର୍ତ୍ତା ସେବା ଆଳରେ ପିଲାମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଏପରି କି ପିଲାମାନଙ୍କ ପାଇଁ ଆସୁଥିବା ଅନୁଦାନକୁ ହରିଲୁଟ କରାଯାଉଛି। ଏହାକୁ ଅର୍ଥ ରୋଜଗାରର ଏକ ଉତ୍ତମ ମାଧ୍ୟମ ବୋଲି କର୍ମକର୍ତ୍ତାମାନେ ଧରି ନେଇଛନ୍ତି। ଉପଯୁକ୍ତ ତଦାରଖ ଅଭାବ ହେଉ କିମ୍ବା ପରିଚାଳନା ଦାୟିତ୍ୱରେ ଥିବା ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଚାପରେ ଉପରୋକ୍ତ ଅନୁଷ୍ଠାନଗୁଡିକ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲୁଛି। ନିକଟରେ ଜିଲା ପ୍ରଶାସନର ତଦାରଖ କମିଟି ସେହି ଭଳି ଏକ ଅନୁଷ୍ଠାନ ପରିଦର୍ଶନ କରିଥିଲା। ସେତେବେଳେ ନାନା ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା। ପରେ ସେହି ଅନୁଷ୍ଠାନରେ ଥିବା ୭ଜଣ ଶିଶୁଙ୍କୁ ଅନ୍ୟ ଏକ ଶିଶୁ ଯତ୍ନକାରୀ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଥିଲା। ଏପରି କି ଆଉ କେତେକ ଅନୁଷ୍ଠାନକୁ କେତେଜଣ ସରକାରୀ କର୍ମଚାରୀ ପରିଚାଳନା କରୁଛନ୍ତି ବୋଲି ଜଣାପଡିଛି। ପରିଚାଳନା କମିଟିରେ ସେମାନଙ୍କ ପରିବାର ଓ ସମ୍ପର୍କୀୟ ଲୋକଙ୍କୁ ରଖାଯାଇଛି। ଏହାଦ୍ୱାରା ଆସୁଥିବା ସରକାରୀ ଅର୍ଥକୁ ଆତ୍ମସାତ କରିବାକୁ ସୁବିଧା ହେଉଛି। ଅବ୍ୟବସ୍ଥାକୁ ଲୁଚାଇବା ପାଇଁ ଏହି ସାମାଜିକ ଅନୁଷ୍ଠାନଗୁଡିକ ପ୍ରଶାସନ ଉପରେ ନାନା ଚାପ ପକାଇବାକୁ ମଧ୍ୟ ପଛାଉ ନାହାନ୍ତି। ଏଭଳି ସ୍ଥିତିରେ ଉପରୋକ୍ତ ଅନୁଷ୍ଠାନରେ ରଖାଯାଇଥିବା ଶିଶୁମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି। କେତେକ ଅନୁଷ୍ଠାନରେ ଶିଶୁମାନଙ୍କୁ ଘରୋଇ କାର୍ଯ୍ୟରେ ମଧ୍ୟ ନିୟୋଜିତ କରାଯାଉଛି। ଏଣୁ ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri