Categories: ବାଣିଜ୍ୟ

ସେବା କ୍ଷେତ୍ର ପରଫରମାନ୍ସ ହ୍ରାସ

ମାର୍ଚ୍ଚରେ ସର୍ଭିସ ସେକ୍ଟର ଗତିବିଧି ୮ ପଏଣ୍ଟ ହ୍ରାସ ଘଟିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ସର୍ଭିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ (ସିର୍ଭିସେସ ପିଏମ୍‌ଆଇ) ମାର୍ଚ୍ଚରେ ୪୯.୩% ରହିଛି। ଫେବୃୟାରୀରେ ଏହା ୫୭.୫% ରହିଥିଲା। କରୋନା ଭାଇରସ ପ୍ରଭାବ ଯୋଗୁ ସେବା କ୍ଷେତ୍ର କାର୍ଯ୍ୟକଳାପରେ ଏଭଳି ହ୍ରାସ ପରିଲକ୍ଷିତ ହୋଇଛି। ଆଇଏଚ୍‌ଏସ୍‌ ମାର୍କିଟର ଅର୍ଥନୀତିଜ୍ଞ ଜଏ ହେୟଜ କହିଛନ୍ତି ଯେ, କରୋନା ଯୋଗୁ ସେବା କ୍ଷେତ୍ର କେତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ସେ ନେଇ ଏବେ କିଛି ଠିକ୍‌ ଭାବେ ଆକଳନ କରାଯାଇ ପାରିବ ନାହିଁ। ଗତ ୬ ମାସ ମଧ୍ୟରେ ସର୍ଭିସ ପ୍ରଦାନ କରୁଥିବା ସଂସ୍ଥାଙ୍କ ଅର୍ଡରରେ ପ୍ରଥମଥର ଲାଗି ହ୍ରାସ ଘଟିଥିବା ଜଣାପଡିଛି। ଚାହିଦା କମିବା ଯୋଗୁ ଅର୍ଡରରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହୋଇଥିବା କୁହାଯାଇଛି।

Share