Categories: ବାଣିଜ୍ୟ

ସେବା କ୍ଷେତ୍ର ପିଏମ୍‌ଆଇରେ ଉନ୍ନତି

ମୁମ୍ବାଇ,୭-୧: ଡିସେମ୍ବର ମାସରେ ଦେଶର ସେବା କ୍ଷେତ୍ର କାର୍ଯ୍ୟକଳାପରେ ଉନ୍ନତି ଆସିଥିବା ଜଣାପଡିଛି। ଏହି ସମୟରେ ଉକ୍ତ କ୍ଷେତ୍ରର କାର୍ଯ୍ୟକଳାପ ୫ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ସର୍ଭିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ ନଭେମ୍ବରରେ ୫୨.୭% ରହିଥିଲା। ଏହା ଡିସେମ୍ବରରେ ୫୩.୩%କୁ ବୃଦ୍ଧି ଘଟିଛି। ନୂଆ ଅର୍ଡରରେ ବୃଦ୍ଧି ଏବଂ ନିଯୁକ୍ତିରେ ବୃଦ୍ଧି ଏହି ସମୟରେ ହୋଇଥିବା ରିପୋର୍ଟରେ କୁହାଯାଇଛି।

Share