ସେବା ମନ୍‌ଭାବ ଆଘେ ହାରମାନିଛେ ବଏସ୍‌

ବିନିକା,୧।୨(ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଗଣେଶପୁରର ହଲକାପୁର ଗଁାର ଲକ୍ଷୀନ୍ଦ୍ର କାଣ୍ଡ(୭୫)। ପରିବାର କହେଲେ ମାଏକିନା ଉକିଆ(୭୦) ଆର ପୁଓ ଈଶ୍ୱର(୩୨)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି କହେଲେ ୧ ଏକର ଜମି ରହିଛେ। ହେଲେ ଆଏଜ୍‌କେ ୩୦ ବଛରରୁ ଅଧ୍‌କା ହେଲା ଲକ୍ଷୀନ୍ଦ୍ର ବାପ୍‌ଅଜାରନୁ ଶିଖିଥିବାର ଚେରମୂଲି ଉଷୋକଷା ବେଭାର କରି ରୁଗୀକଁୁ ସେବା ଯୁଗେଇ ଆସୁଛନ୍‌। ଇଥିରଲାଗି ସେ କାହାରିନୁ ଟଁକା ପଏସା ଦାବି ନାଇଁକରବାର। ଯେ ଦେଲା ଭଲ ନାଇଁ ଦେଲେ ବି ଭଲ। ରୁଗୀ ଭଲ ହେଲେ ସେ ବହୁତ୍‌ ଖୁସି।
ଆଏଜ୍‌କାଲି ଚିକିଛା ବିଜ୍ଞାନର ବଢ଼ତି ସଂଗେ ଅନେକ ଯନ୍ତ୍ରପାତି, ଉଷୋକଷା ବଲରେ ବଡ଼ ବଡ଼ ରୋଗ୍‌ ଭଲ ହେଇଯାଉଛେ। ହେଲେ ଲକ୍ଷୀନ୍ଦ୍ରକଁର ଚେରମୂଲି ଚିକିଛାର ଆଏଜ୍‌ ବି ଚାହିଦା ରହିଛେ। ଫିଦିନ ଭିନେ ଭିନେ ଜାଗାରୁ ଲୋକ୍‌ ଚିକିଛା ଲାଗି ଲକ୍ଷୀନ୍ଦ୍ରକଁର ପାସ୍‌କେ ଆସୁଛନ୍‌। ସେନ୍‌ତା ସେ ହାଡ଼ ଯୁଡ଼ବାରଠାନୁ ମୂଲ କରି ଅଁାଠୁଗଠି ଦରଜ୍‌, ସ୍ନାୟୁ ଦୁରବଲତା, ଦଗ୍‌ଧ ଅମିଲତା ଲେଖେଁ ପାଖାପାଖି ୧୫ ପରକାର ରୋଗ୍‌ର ଜଡ଼ିବୁଟି ଚିକିଛା କରୁଛନ୍‌। ଝନେ ଭଲ ଆୟୂର୍ବେଦ ଚିକିଛକ ହିସାବେ ସୁବର୍ଣ୍ଣପୁର ସମେତ ବୌଦ୍ଧ, ବରଗଡ଼ ଜିଲାରେ ତାକର ନଁା ରହିଛେ। ୩୦ ବଛର ହେଲା ଚିକିଛା ସେବା ଯୁଗେଇ ଆସୁଥିବାର ଲକ୍ଷୀନ୍ଦ୍ର ଅନେକ ରୁଗୀକୁ ଭଲ କରିଥିବାର ନଜିର ରହିଛେ। ସେନ୍‌ତା ଅନେକ ଗରିବ୍‌ ଦୁଖି ରୁଗୀକୁଁ ସେ ମାହାଲିଆ ଚିକିଛା ସେବା ଯୁଗେଇ ଦେଇଆସୁଛନ୍‌। ଲକ୍ଷୀନ୍ଦ୍ର ଯେ ଖାଲି ମୁନୁଷ୍‌କର ଚିକିଛା କରୁଛନ୍‌ ସେଟା ନୁହେ, ସେ ଗାଈଗୋରୁ, ଛେଲମେଢ଼ିକଁର ବି ହାଡ଼ଭଂଗା, ଖଁଜା ଖସ୍‌ରା ସଂଗେ ଅନେକ ରୋଗ୍‌ର ଚିକିଛା କରୁଛନ୍‌। ହାଡ଼ଭଂଗା ଚିକିଛା ବାବ୍‌ଦେ ଲକ୍ଷୀନ୍ଦ୍ରକୁଁ ପଚ୍‌ରାଲାରୁ ପାନ୍‌ପତର, କୁସୁମ ଛାଲି ଆର ଅରୁଆ ଚାଉଲରେ ଗୁଟେ ଲେପ ତିଆରି କରାଯାଏସି। ସେ ଲେପ୍‌କେ ହାଡ଼ଭଂଗା ଜାଗାରେ ଦେଇ କପା, ପକଡ଼ା ଆର ବାଉଁଶ ବତା ଦେଇ ଭିଡ଼ି ଦିଆଯାଏସି। ଦିନାକେତେ ଉତାରୁ ତାରମନ୍‌କେ ହାଡ଼ ଯୁଡ଼ି ହେଇଯାଇସି। ସେନ୍‌ତା ଇ ସବୁ ଚେର୍‌ମୂଲି ଦରବ ସେ ଉଲୁଣ୍ଡା ଜଂଗଲରୁ ଠୁଲଉଥିବାର କହିଛନ୍‌। ହେଲେ ଦୁଖର କଥା ଗଲା ୩୦ ବଛରୁ ଅଧ୍‌କା ହେଲା ଅଂଚଲବାସୀକୁ ସେବା ଯୁଗେଇ ଆସୁଥିବାର ବୁରୁଧ୍‌ ଲକ୍ଷୀନ୍ଦ୍ର ଆର ତାକର ମାଏକିନା ଉକିଆ ଆଏଜ୍‌ତକ ସରକାରୀ ଭତା ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଚେରମୂଲି ଚିକିଛାର ବଢ଼ତି ଲାଗି ଲକ୍ଷୀନ୍ଦ୍ର କେଭେ ସରକାରୀ ପୋରଛାହନ୍‌ ନଁାଇଁପାଇ। ଯେନ୍‌ଥିରଲାଗି ତାକର ଉତାରୁ ଇ ପୁରନାକାଲିଆ ଚିକିଛା ବେବସ୍‌ତାଟା ବୁଡ଼ିଯିବାର ସେ ଆଶଁକା କରିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।

Share