ନୂଆଦିଲ୍ଲୀ,୧୦।୨: ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାଲାଗି ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଭାରତୀୟ ସେନା କହିଛି ଯେଉଁ ମହିଳା କର୍ମଚାରୀମାନେ ସେବା ସର୍ତ୍ତ ପୂରଣ କରିଛନ୍ତି ସେମାନଙ୍କୁ ପେନସନ୍ ଦେବା ଉଚିତ। ସେନା ପକ୍ଷରୁ ଆହୁରି ମଧ୍ୟ କୁହାଯାଉଛି ମହିଳା ଅଧିକାରୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଆସାଇନମେଣ୍ଟ ଦିଆଯିବ। ଏ ସମସ୍ତ ନିଷ୍ପତ୍ତି ମହିଳାଙ୍କୁ ସେନା ଦ୍ୱାରା ଦିଆଯାଇଥିବା ବିଭିନ୍ନ କାର୍ଯ୍ୟକୁ ସୂଚାରୁରୂପେ ଚଳାଇବା ସହ ବ୍ୟକ୍ତି ଓ ସଙ୍ଗଠନର ହିତ ଉଦ୍ଦେଶ୍ୟରେ କରାଯାଉଥିବା ଉଚିତ।