Categories: ଜାତୀୟ

‘ସେମାନେ ମୋତେ ଆତଙ୍କବାଦୀ କହୁଛନ୍ତି’

ନୂଆଦିଲ୍ଲୀ, ୨୭ା୨: ଦିଲ୍ଲୀ ପୋଲିସକୁ ୩ ଦିନ ସମୟ ଦେଇ ସିଏଏ ବିକ୍ଷୋଭକାରୀଙ୍କୁ ହଟାଅ ନ ହେଲେ ସେମାନେ ପରିଣାମ ଭୋଗିବେ ବୋଲି କହିଥିବା ଭାଜପା ନେତା କପିଲ ମିଶ୍ର ପୁଣି ବୁଧବାର ହିନ୍ଦୀରେ ଏକ ଟୁଇଟ କରି ସେମାନେ ମୋତେ ଆତଙ୍କବାଦୀ କହୁଛନ୍ତି ବୋଲି ଦର୍ଶାଇଛନ୍ତି। ମୋ ଭାଷଣକୁ ଉତ୍ତେଜନାପୂର୍ଣ୍ଣ ବୋଲି କହିବା ସହ ମୋର ଗିରଫଦାରି ଦାବି କରୁଛନ୍ତି। ବୁର୍‌ହାନ୍‌ ଓ୍ବାନି ଓ ଅଫ୍‌ଜଲ ଗୁରୁଙ୍କୁ ସେମାନେ ଆତଙ୍କବାଦୀ ବୋଲି ମାନୁନାହାନ୍ତି। ୟାକୁବ୍‌ ମେମନ୍‌, ଉମର ଖାଲିଦ୍‌ ଓ ଶର୍ଜିଲ ଇମାମ୍‌ଙ୍କୁ ମୁକୁଳାଇବା ଲାଗି କୋର୍ଟ ଯାଇଥିବା ଏହି ବ୍ୟକ୍ତିମାନେ ମୋ ଗିରଫ ଲାଗି ଦାବି କରୁଛନ୍ତି ବୋଲି ମିଶ୍ର ପ୍ରକାଶ କରିଛନ୍ତି।

Share