Categories: ଖେଳ

ସେମିଫାଇନାଲ ପୂର୍ବରୁ ଖାଲି ପାଦରେ ଅଭ୍ୟାସ କରୁଛନ୍ତି ଅଷ୍ଟ୍ରେଲିଆ ଖେଳାଳି

ଲଣ୍ଡନ, ୯।୭: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଜୁଲାଇ ୧୧ରେ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ପାଇଁ ଉଭୟ ଦଳ ଜୋରଦାର ପ୍ରାକ୍ଟିସ୍‌ ଚଳାଇଛନ୍ତି। ଅଷ୍ଟ୍ରେଲିଆ ଖେଳାଳିମାନେ ଏଜବେଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଏକ ଭିନ୍ନ ଢଙ୍ଗରେ ଅଭ୍ୟାସ କରୁଥିବା ନଜର ଆସିଥିଲେ। ପଡିରେ ଖେଳାଳିମାନେ ଖାଲି ପାଦରେ ପ୍ରାକ୍ଟିସ୍‌ କରୁଥିଲେ। ପଡିଆକୁ ଭଲ ଭାବରେ ପରଖିବା ପାଇଁ ଏଭଳି ଉପାୟ ଅବଲମ୍ବନ କରାଯାଇଥିଲା ବୋଲି ଅଷ୍ଟ୍ରେଲିଆ କୋଚ ଜଷ୍ଟିନ୍‌ ଲାଙ୍ଗର କହିଛନ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ୫ଥର ବିଶ୍ୱକପ ନିଜ କବ୍ଜାକୁ ନେଇଛି। ୧୯୭୫ ଏବଂ ୧୯୯୬ ବିଶ୍ୱକପର ଉପବିଜେତା ଥିଲା।

Share