Categories: ଖେଳ

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ସାଲଭାଡର, ୧।୭- ଏକ ରୋମାଞ୍ଚକ ମ୍ୟାଚ୍‌ରେ ଶୁଟ୍‌ଆଉଟ୍‌ରେ ଉରୁଗୁଏକୁ ପରାସ୍ତ କରିବା ପରେ ପେରୁ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହ ଟୁର୍ନାମେଣ୍ଟର ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ଜୁଲାଇ ୩ରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଆୟୋଜକ ବ୍ରାଜିଲ ଟାଇଟଲ ଦାବିଦାର ଆର୍ଜେଣ୍ଟିନାକୁ ଭେଟିବ। ସେହିଭଳି ଏହାପର ଦିନ ଖେଳାଯିବାକୁ ଥିବା ଅନ୍ୟ ଏକ ସେମିଫାଇନାଲରେ ଚିଲି ଓ ପେରୁ ପରସ୍ପରକୁ ଭେଟିବେ। ଜୁଲାଇ ୮ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

Share