Categories: ଖେଳ

ସେମିରେ କାଶ୍ୟପ

ଇଞ୍ଚିଅନ,୨୭।୯(ପିଟି):ଭାରତୀୟ ଶଟଲର ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କୋରିଆ ଓପନ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ କାଶ୍ୟପ ବିଶ୍ୱ ୨ୟ ର଼୍ୟାଙ୍କ ଡେନମାର୍କର ଜାନ ଓ ଜୋର୍ଗେନସେନଙ୍କୁ ସିଧାସଳଖ ସେଟ୍‌ରେ ହେରାଇ ଦେଇଛନ୍ତି। ୩୩ ବର୍ଷୀୟ ହାଇଦ୍ରାବାଦ ଖେଳାଳି ୨୪-୨୨, ୨୧-୮ ଗେମ୍‌ରେ ମ୍ୟାଚ୍‌ ଜିତି ନେଇଛନ୍ତି। ସେ ଇଣ୍ଡିଆ ଓପନ ପରେ ପ୍ରଥମ ଥର କୌଣସି ଟୁର୍ନାମେଣ୍ଟର ସେମିରେ ପ୍ରବେଶ କରିଛନ୍ତି। ୨୦୧୪ ରାଜ୍ୟଗୋଷ୍ଠୀ ଚାମ୍ପିୟନ ଆଗାମୀ ମୁକାବିଲାରେ ବିଶ୍ୱର ନଂ ୧ ତଥା ଦୁଇ ଥର ଚାମ୍ପିୟନ କେଣ୍ଟୋ ମୋମୋଟାଙ୍କୁ ଭେଟିବେ। ପୂର୍ବତନ ୬ ର଼୍ୟାଙ୍କଧାରୀ କାଶ୍ୟପ ଚଳିତ ଟୁର୍ନାମେଣ୍ଟର ଯୋଗିତା ପର୍ଯ୍ୟାୟରୁ ଉନ୍ନିତ ହୋଇଛନ୍ତି। ଦୀର୍ଘ ୫ ବର୍ଷ ପରେ ଡେନମାର୍କ ଶଟଲର ଜୋର୍ଗେନସେନଙ୍କୁ ଭେଟିଥିଲେ।

Share