Categories: ଖେଳ

ସେମିରେ ନାଡାଲ, ଜୋକୋଭିଚ୍‌

ରୋମ,୧୮।୫(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ୮ ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ଇଟାଲିଆନ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜୋକୋଭିଚ୍‌ ୩ ସେଟ୍‌ ବିଶିଷ୍ଟ କ୍ୱାର୍ଟର ଫାଇନାଲରେ ୟୁଏସ୍‌ ଚାମ୍ପିୟନ ଜୁଆନ ମାର୍ଟିନ ଡେଲ ପୋର୍ଟୋଙ୍କୁ ହରାଇ ଦେଇଛନ୍ତି। ଶୀର୍ଷ ସିଡ୍‌ ଜୋକୋଭିଚ୍‌ ୪-୬, ୭(୮)-୬, ୬-୪ ସେଟ୍‌ରେ ମ୍ୟାଚ୍‌ ଜିତିଛନ୍ତି।  ଜିତିବା ପାଇଁ ତାଙ୍କୁ ୩ ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ୩୨ ବର୍ଷୀୟ ନାଡାଲ ୬-୪, ୬-୦ ସେଟ୍‌ରେ ଫର୍ନାଣ୍ଡୋ ଭର୍ଡାସ୍କୋଙ୍କୁ ହରାଇ ଦେଇଛନ୍ତି। ୧୭ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଡାଲ ଫାଇନାଲ ପାଇଁ ଗ୍ରୀସର ଉଦୀୟମାନ ଖେଳାଳି ଷ୍ଟେଫାନସ ଟିସିଟ୍‌ସିପାସଙ୍କ ସହ ମୁକାବିଲା କରିବେ।  ସେହିଭଳି ଅନ୍ୟ ଏକ ସେମିଫାଇନାଲରେ ୩୧ ବର୍ଷୀୟ ଜୋକୋଭିଚ୍‌ ଆର୍ଜେଣ୍ଟିନାର ଡିଏଗୋ ସ୍କଓ୍ବର୍ଟଜମ୍ୟାନଙ୍କୁ ଭେଟିବେ।

Share