ରୋଟରଡାମ, ୧୪।୨(ପି.ଟି.)- ଏଠାରେ ଚାଲିଥିବା ଏବିଏନ୍ ଆମ୍ରୋ ଓ୍ବାଲର୍ଡ ଟେନିସ୍ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ ଶାପୋଭାଲୋଭ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟରେ ଗୁରୁବାର ଅନୁଷ୍ଠିତ କ୍ୱାର୍ଟର ଫାଇଦନାଲ ମ୍ୟାଚ୍ରେ ଅଣସିଡ ଏହି ଯୋଡି ଚତୁର୍ତ ସିଡ ରୋମାନିଆ- ଡଚ୍ ଯୋଡି ଜିନ୍- ଜୁଲିନେ ରୋଜର ଓ ହୋରିଆ ଟେକାଉଙ୍କୁ ୬-୨, ୩-୬, ୧୦-୭ ସେଟ୍ରେ ପରାସ୍ତ କରି ସେମିକୁ ଉଠିଛନ୍ତି। ସେମିରେ ବୋପାନ୍ନା- ଶାପୋଭାଲୋଭ କ୍ୱାର୍ଟର ହେନରୀ ବିଜେତା କୋଣ୍ଟିନେନ- ଜାନ ଲିନ୍ନାର୍ଡ ଷ୍ଟ୍ରଫ୍ କିମ୍ବା ଜେମି ମୁରେ- ନିଲ ସ୍କୁପ୍ସକିଙ୍କୁ ଭେଟିବେ।