Categories: ଖେଳ

ସେରେନା, ଓଜନିଆକିି ସେମିଫାଇନାଲରେ

ଅକ୍‌ଲାଣ୍ଡ, ୧୧ା୧ (ଏଏଫ୍‌ପି)- ସେରେନା ଓ୍ବିଲିୟମ୍ସ ଓ କାରୋଲିନ୍‌ ଓଜନିଆକି ଡବ୍ଲ୍ୟୁଟିଏ ଅକ୍‌ଲାଣ୍ଡ କ୍ଲାସିକ ଟେନିସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟରଫାଇନାଲରେ ସେ ଲାଉରା ସିଜମଣ୍ଡ୍‌ଙ୍କୁ ୬-୪, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ୨୩ ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ୩ ବର୍ଷରେ ତାଙ୍କ ପ୍ରଥମ ଟାଇଟଲ ସନ୍ଧାନରେ ଅଛନ୍ତି। ତୃତୀୟ ସିଡ୍‌ ଆମାଣ୍ଡା ଆନିସିମୋଭା ଏବଂ ୟୁଜିନି ବୋଚାର୍ଡଙ୍କ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚର ବିଜେତାଙ୍କୁ ସେ ସେମିଫାଇନାଲରେ ଭେଟିବେ। ଅନ୍ୟ ସେମିଫାଇନାଲଟି କାରୋଲିନ୍‌ ଓଜନିଆକି ଏବଂ ଜେସିକା ପେଗୁଲାଙ୍କ ମଧ୍ୟରେ ହେବ। ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଓଜନିଆକି ୬-୧, ୬-୪ ସେଟ୍‌ରେ ଚତୁର୍ଥ ସିଡ୍‌ ଜୁଲିଆ ଜର୍ଜେସଙ୍କୁ ପରାସ୍ତ କରିଛନ୍ତି।

Share