Categories: ଖେଳ

ସେରେନା @ ୩୮

ଲସ୍‌ ଏଞ୍ଜେଲ୍ସ,୨୬।୯: ଟେନିସ ଇତିହାସର ସବୁଠୁ ସଫଳତମ ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ଗୁରୁବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଆମେରିକାନ ଆଥ୍‌ଲେଟ୍‌ ୧୭ ବର୍ଷ ବୟସରେ ୧୯୯୯ରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଥିଲେ। ଏବେ ସୁଦ୍ଧା ୩୮ ବର୍ଷୀୟା ମା’ ୨୩ ଗ୍ରାଣ୍ଡସ୍ଲାମ ଜିତି ସାରିଛନ୍ତି। କ୍ୟାରିୟରରେ ବହୁ ସମୟ ଧରି ସେ ଡବ୍ଲୁଟିଏ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ରହିଛନ୍ତି। ୨୦୧୩ ଫେବୃୟାରୀରୁ ୨୦୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ କ୍ରମାଗତ ୧୮୬ ସପ୍ତାହ ଧରି ଶୀର୍ଷରେ ରହି ରେକର୍ଡ କରିଥିଲେ। ସେ କ୍ୟାରିୟରରେ ମୋଟ ୭୨ ଟାଇଟଲ ଜିତିଛନ୍ତି। ଏଥିରେ ୩୯ ଗ୍ରାଣ୍ଡସ୍ଲାମ ରହିଛି। ୨୩ ସିଙ୍ଗଲ୍ସ ବ୍ୟତୀତ ୧୪ ମହିଳା ଡବଲ୍ସ ଓ ୨ ମିକ୍ସଡ୍‌ ଡବଲ୍ସ ଟାଇଟଲ ମଧ୍ୟ ସ୍ଥାନ ପାଇଛି। ତାଙ୍କ ଜନ୍ମଦିନ ଅବସରରେ ଟେନିସ ଜଗତରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି।

Share