ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି। ଯାହା ସେଲିଫି ଭିଡିଓ ସାହାଯ୍ୟରେ ବ୍ଲଡ ପ୍ରେସର କେତେ ରହିଯାଇଛି ମପା ଯାଇପାରିବ। ବିଶେଷଜ୍ଞମାନେ ଗବେଷଣା କରିଥିବା ଏହି ଟେକ୍ନୋଲୋଜିର ନଁା ହେଉଛି ଟ୍ରାନ୍ସଡର୍ମଲ ଅପ୍ଟିକାଲ୍‌ ଇମୋଜିଂ। ଏହି ଟେକ୍ନୋଲୋଜି ସାହାଯ୍ୟରେ ମୁହଁର ଚର୍ମରୁ ବ୍ଲଡପ୍ରେସର କେତେ ରହିଛି ଜାଣିହେବ। ଏହାକୁ ବୁଝିବା ପାଇଁ ଉକ୍ତ ଟେକ୍ନୋଲୋଜି ୨ ମିନିଟର ସେଲଫି ଭିଡିଓକୁ ବ୍ୟବହାର କରିବ। ଭିଡିଓ ତିଆରି ସମୟରେ ମୋବାଇଲର କ୍ୟାମେରାରେ ଲାଗିଥିବା ଅପ୍ଟିକାଲ ସେନ୍‌ସର ମୁହଁରେ ପଡ଼ୁଥିବା ନାଲି କିରଣକୁ ଧରି ରଖିବ। ଯାହା ଚର୍ମର ତଳେ ଥିବା ହିମୋଗ୍ଲୋବିନ କାରଣରୁ ପ୍ରତିଫଳିତ ହୋଇଥାଏ। ଏଥିରୁ ଶରୀରରେ ରହିଥିବା ରକ୍ତଚାପର ଲେବୁଲ ବିଷୟରେ ସୂଚନା ମିଳିପାରିବ। ତେବେ ଚାଇନା ଓ କନାଡାରେ ପ୍ରାୟ ୧୩୨୮ ଲୋକଙ୍କ ଉପରେ ବିଶେଷଜ୍ଞ ଏହି ଗବେଷଣା କରିଥିଲେ। ସେହି ସମୟରେ ୯୫ରୁ ୯୬ ପ୍ରତିଶତ ଲୋକଙ୍କ ବ୍ଲଡ଼ ପ୍ରେସର ଲେବୁଲ ବିଷୟରେ ସଠିକ୍‌ ତଥ୍ୟ ମିଳିଥିବା ବେଳେ ଏଥିରେ ୩ ପ୍ରକାରର ବ୍ଲଡ ପ୍ରେସର ମାପିବା ପାଇଁ ସଫଳତା ମିଳିଥିଲା। ଟେଙ୍କ କମ୍ପାନୀର ନ୍ୟୁରୋଲୋଜିକ୍ସ ଏନୁରା ନାମକ ଏକ୍‌ ଆପ୍‌ ତିଆରି କରିଛନ୍ତି। ଯିଏ ୩୦ ମିନିଟର ସେଲଫି ଭିଡିଓରେ ହୃତ୍‌ସ୍ପନ୍ଦନ ଓ ଉତ୍ତେଜନା ସ୍ତରର ସୂଚନା ଦେବ। କମ୍ପାନୀ ଖୁବ୍‌ଶୀଘ୍ର ଏହି ଆପ୍‌ରେ ବ୍ଲଡ ପ୍ରେସର ଜାଣିବା ପାଇଁ ଏକ ଫିଚର ସାମିଲ କରିବାକୁ ଯାଉଛି। ଏହା ସାହାଯ୍ୟରେ କୋଲେଷ୍ଟରଲ, ହିମୋଗ୍ଲୋବିନ ଓ ବ୍ଲଡ ପ୍ରେସରର ଲେବୁଲ ବିଷୟରେ ଜାଣିହେବ। ତେବେ ଏହି ଆପ୍‌କୁ ପ୍ରଥମେ ଚାଇନାରେ ରିଲିଜ୍‌ କରାଯିବ ବୋଲି କମ୍ପାନୀର କର୍ତ୍ତୃପକ୍ଷ କହିଛନ୍ତି।

Share