ସେଲଫି ହେଲା କାଳ: ନଦୀରେ ଭାସିଯାଇଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ,୧୭।୧୨: ତନ୍ତୀଘାଇ ନଦୀରେ ସେଲଫି ଉଠାଉଥିବାବେଳେ ଭାସିଯାଇଥିବା ଯାଜପୁର ଜିଲା ଏରବାଙ୍କ ଗ୍ରାମର ଛାତ୍ରୀ ସାଇତା ବେଗମ(୧୭)ଙ୍କ ମୃତଦେହକୁ ମଙ୍ଗଳବାର ସକାଳ ୮ଟାରେ ଉଦ୍ଧାର କରାଯାଇଛି। ବରୀ ବ୍ଲକ ବିଞ୍ଝାରପୁର ଥାନା ଅନ୍ତର୍ଗତ ଏରଡା ଗ୍ରାମର ଏକ ପୋଲ ତଳେ ସାଇତାଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମ ଲୋକେ ପୋଲିସକୁ ଖବର ଦେଇଥିଲେ। ସୁକିନ୍ଦା ଓଡ୍ରାଫ ଦଳ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ ଯେ, ରବିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏରବାଙ୍କ ଗ୍ରାମର ସେକ କଲିମୁଦ୍ଦିନଙ୍କ ଝିଅ ସାଇତା ସମ୍ପର୍କିୟ ଭଉଣୀଙ୍କ ସହ ନିକଟସ୍ଥ ତନ୍ତୀଘାଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ସେଠାରେ ସେଲଫି ନେଉଥିବା ସମୟରେ ସାଇତାଙ୍କ ଗୋଡ ଖସିଯିବାରୁ ସେ ପ୍ରଖର ନଦୀ ସ୍ରୋତରେ ଭାସି ଯାଇଥିଲେ।

Share