Categories: ଫୁରସତ

ସେଲସ୍‌ ଟାର୍ଗେଟ୍‌ ପୂରଣ ନ କରି ପାରିବାରୁ ନିଜକୁ ଦଣ୍ଡିତ କରି ଆଣ୍ଠେଇଲେ ଅଧିକାରୀ

ବେଜିଂ,୨୨।୧: ଏବେ ଚାଇନାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ କିଛି ଲୋକ ଆଣ୍ଠେଇ ଥିବାର ଦେଖିବାକୁ ମିଳୁଛି। ପ୍ରକୃତରେ ଏହି ଲୋକମାନେ ହେଉଛନ୍ତି ଏକ ରେଣ୍ଟୁରାଣ୍ଟ୍‌ର ଅଧିକାରୀ। ସେମାନେ ସେଲସ୍‌ ଟାର୍ଗେଟ୍‌ ପୂରଣ କରିପାରି ନ ଥିବାରୁ ନିଜକୁ ଦଣ୍ଡିତ କରିବା ପାଇଁ ସ୍ବଇଛାରେ ଆଣ୍ଠେଇଛନ୍ତି। ଚାଇନାର ଜିଲିନ୍‌ ପ୍ରଦେଶରେ ଥିବା ଏହି ରେଷ୍ଟୁରାଣ୍ଟ୍‌ ଅଧିକାରୀମାନେ ସେମାନଙ୍କୁ ଦିଆଯାଇଥିବା ସେଲସ୍‌ ଟାର୍ଗେଟ୍‌ ପୂରଣ କରି ପାରି ନ ଥିଲେ। ତେଣୁ କେତେକ ଅଧିକାରୀଙ୍କ ସମେତ ରେଷ୍ଟୁରାଣ୍ଟର ପରିଚାଳକ ଏବଂ ନିର୍ଦ୍ଦେଶକ କମ୍ପାନୀର ଏକ ଉତ୍ସବରେ ଏପରି ଆଣ୍ଠେଇ ଚାଲିଥିଲେ।

Share