Categories: ଫୁରସତ

ସେଲିବ୍ରିଟି ପେଟ୍‌

ବଲିଉଡ୍‌ର ଏମିତି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ପୋଷା ଜୀବକୁ ନେଇ ବେଶ୍‌ ଚର୍ଚ୍ଚାରେ ଥା’ନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଫ୍ୟାନ ଫଲୋୟର୍ସ ମଧ୍ୟ ଖୁବ୍‌ ଅଧିକ। ଆସନ୍ତୁ ଜାଣିବା ସେମିତି କିଛି ଲୋକପ୍ରିୟ ସେଲିବ୍ରିଟି ପେଟ୍‌ଙ୍କ ସମ୍ପର୍କରେ…

* ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ପୋଷା ବିଲେଇ ‘ଏଡବର୍ଡ’କୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥା’ନ୍ତି। ୨୦୧୭ରେ ନିଜର ୨୪ ତମ ଜନ୍ମ ଦିନରେ ଆଲିଆ ନିଜ ପାଇଁ ଏହି ବିଲେଇଟି କିଣିଥିଲେ।

* ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପୋଷା କୁକୁର ‘ଡାଏନା’କୁ ତ ଏକ ସେଲିବ୍ରିଟି କହିଲେ ଚଳେ। ଡାଏନାର ଇନ୍‌ଷ୍ଟାଗ୍ରାମରେ ଏକ ପେଜ୍‌ ଥିବାବେଳେ ଏହାର ଫଲୋୟର ସଂଖ୍ୟା ୧ଲକ୍ଷରୁ ମଧ୍ୟ ଅଧିକ।

* ସୋନାକ୍ଷୀ ସିହ୍ନା ନିଜର ଜର୍ମାନ ଶେଫର୍ଡ ଡଗି ‘ବ୍ରାଜ’କୁ ନେଇ ଅନେକ ପ୍ରକାର ସେଲଫି ସୋସିଆଲ ମିଡିଆରେ ଶେୟାର କରୁଥିବାର ନଜର ଆସୁଛନ୍ତି। ଯାହାକୁ ଅନେକେ ଲାଇକ୍‌ ଏବଂ କମେଣ୍ଟ କରୁଥିବାର ଦେଖାଯାଉଛି।

* ସିଦ୍ଧାର୍ଥ ମାଲହୋତ୍ରା ନିଜର ସବୁଠାରୁ ବିଶ୍ୱସ୍ତ ସାଙ୍ଗ ଦର୍ଶାଇ ନିଜ ପୋଷା ବକ୍ସର କୁକୁର ‘ଓସ୍କାର’ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି।

* ଅନୁଷ୍କା ଶର୍ମାଙ୍କ ଲାବ୍ରାଡର ଡଗି ‘ଡ୍ୟୁଡ୍‌ ଶର୍ମା’ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ। ଡ୍ୟୁଡ୍‌ ସହ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ନିକଟରେ ବେଶ୍‌ ଭାଇରାଲ ମଧ୍ୟ ହୋଇଥିଲା।

* ଜନ ଆବ୍ରାହମ୍‌ ଦୁଇଟି ବୁଲା କୁକୁର ବେଲି ଏବଂ ସିୟାଙ୍କୁ ପୌଷ୍ୟ ଭାବେ ଗ୍ରହଣ କରି ବେଶ୍‌ ଚର୍ଚ୍ଚାରେ ଥିବା ବେଳେ ଏହି ଦୁଇଟି କୁକୁରର ଇନ୍‌ଷ୍ଟାଗ୍ରାମ ପେଜ୍‌ ମଧ୍ୟ ରହିଛି, ଯାହାର ୧୫ ହଜାର ଫଲୋୟର୍ସ ମଧ୍ୟ ରହିଛନ୍ତି।

Share