ସେଲିବ୍ରିଟି ହେବା ପରେ ବଦଳିଗଲେଣି ରାନୁ ମଣ୍ଡଳ, ଛୁଇଁଦେବା ଯୋଗୁ ପ୍ରଶଂସକଙ୍କ ଉପରେ ରାଗିଲେ

ମୁମ୍ବାଇ: ରାଣାଘାଟ ଷ୍ଟେଶନ ବସି ଗାଉଥିବା ଜଣେ ସାଧାରଣ ମହିଳାରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ ନେଇ ନୂଆ ଏକ ଚର୍ଚ୍ଚା। ସେଇଟି ପୁଣି ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ। ଭିଡିଓଟି ଏକ ଶପିଂ ମଲ୍‌ର। ସେଠାରେ ରାନୁ କିଛି କିଣାକିଣି କରୁଥିବା ବେଳେ ଜଣେ ପ୍ରଶଂସକ ତାଙ୍କ ହାତକୁ ଛୁଇଁ କିଛି କହିବାକୁ ଚେଷ୍ଟା କରୁଛନ୍ତି। ଏହାଦେଖି ରାନୁ ବେଶ୍‌ ରାଗିଯାଉଥିବା ଦେଖିବାକୁ ମିଳୁଛି। ମହିଳାଜଣଙ୍କ ନିଜ ସଫେଇରେ କିଛି କହିବାକୁ ଇଚ୍ଛା କରୁଥିଲେ ହେଁ ରାନୁ କିଛି ନ ଶୁଣି ଏପରି ଛୁଇଁବାର ଅର୍ଥ କ’ଣ ବୋଲି ପାଲଟା ପଚାରୁଛନ୍ତି। ଏହି ସମୟରେ ସେ ଅତ୍ୟନ୍ତ ରାଗିଥିବା ବାରି ହୋଇପଡ଼ୁଛି। ଭିଡିଓଟି ଭାଇରାଲ ହେବା ପରେ ରାନୁଙ୍କୁ ନେଇ ବିଭିନ୍ନ ଆଲୋଚନା ହେଉଛି। ସେଲିବ୍ରିଟି ହେବା ପରେ ରାନୁଙ୍କ ସ୍ବଭାବ ବଦଳିଗଲାଣି ବୋଲି କେହି କେହି କହୁଥିବା ବେଳେ ସାମାନ୍ୟ ସଫଳତାରେ ଏପରି ଗର୍ବ କରିବା ଉଚିତ ନୁହେଁ ବୋଲି ଅନେକେ କହୁଛନ୍ତି। ଏପରି କରିବା ଦ୍ୱାରା ସେ ତଳକୁ ଖସିଯିବେ ବୋଲି ସେମାନେ ପ୍ରକାଶ କରୁଛନ୍ତି। ସେହିଭଳି ଅନେକେ ରାନୁଙ୍କୁ ଛୁଇଁଥିବା ମହିଳାଙ୍କୁ ମଧ୍ୟ ଖରାପ ବୋଲି କହୁଛନ୍ତି।

Share