ସେଲୁନରୁ ବ୍ୟାପିଲା ସଂକ୍ରମଣ: ଗୋଟିଏ ଗାଁର ୬ ଜଣ ପଜିଟିଭ!

ଇନ୍ଦୋର୨୫।୪: ମଧ୍ୟପ୍ରଦେଶର ଖରଗୌନ ଜିଲାରେ ଶୁକ୍ରବାର ଏକାସହ ୯ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଥିଲା। ଏମାନଙ୍କ ମଧ୍ୟରୁ ୬ଜଣ ଗୋଟିଏ ଗାଁର ଥିଲେ। ଅଭିଯୋଗ ଆସିଥିଲା କି ଗାଁରେ ଥିବା ଏକ ସେଲୁନରେ ବାରିକ ସଂକ୍ରମିତ କପଡା ବ୍ୟବହାର କରିବାରୁ ଏମାନେ କରୋନାରେ ପୀଡ଼ିତ ହୋଇଛନ୍ତି। ଲୋକଙ୍କ କହିବା କଥା ହେଲା ଇନ୍ଦୋରରେ ହୋଟେଲରେ ଓ୍ବେଟର ଭାବେ କାମ କରୁଥିବା ଜଣେ ଯୁବକ ଏପ୍ରିଲ ୫ରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଉକ୍ତ ଯୁବକ ଜଣକ ଏହା ପୂର୍ବରୁ ଗାଁରେ ଥିବା ସେଲୁନ ଯାଇଥିଲେ। ଏହାପରେ ସେହି ସେଲୁନ ଯାଇଥିବା ପ୍ରାୟ ୧୦ଜଣଙ୍କ ନମୁନା ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ପରେ ଗାଁକୁ ସିଲ୍‌ କରାଯାଇଥିବା ବେଳେ ସେଲୁନର ସଂକ୍ରମିତ କପଡାରୁ ହିଁ ଏଭଳି ଅସୁବିଧା ହୋଇଛି ବୋଲି କୁହାଯାଉଛି।

Share