ସେଲ୍ଫ ଆଇସୋଲେଶନରେ ରହି ସମସ୍ତଙ୍କୁ ଘରେ ରହିବାକୁ କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି। ଏହି ସମୟରେ ବ୍ରିଟେନର ପ୍ରାୟ ୩୦ ମିଲିୟନ ଲୋକଙ୍କୁ ଘରେ ରହିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ। ସେ କହିଛନ୍ତି କରୋନାକୁ ନେଇ ସବୁ ପ୍ରକାର ପ୍ରସ୍ତୁତ ରହିଛି ବ୍ରିଟେନ। ଏଥିରେ କିଛି ଲୋକଙ୍କ ମୃତ୍ୟୁ ହେଲେ ମଧ୍ୟ ଆମେ ସମସ୍ତ ନିୟମ ପାଳନ କଲେ ଖୁବ୍‌ଶୀଘ୍ର ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନରେ ଏବେସୁଦ୍ଧା କରୋନା ଭାଇରସ ସଂକ୍ରମଣରେ ୧ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭,୦୦୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

Share