ସେଲ୍ଫ ଆଇସୋଲେଶନରେ ସୋନମ: ଝରକା ଦେଇ ଶାଶୁଙ୍କ ସହ କଥା ହେଲେ

ମୁମ୍ବାଇ, ୧୯।୩: ବଲିଉଡ୍‌ ନାୟିକା ସୋନମ କପୁର କରୋନାରୁ ଦୂରେଇ ରହିବା ପାଇଁ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡିଛି। ନିକଟରେ ସେ ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନରୁ ଫେରିଥିବା ବେଳେ ନିଜ ଘରେ ୧୪ ଦିନ ପାଇଁ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡିଛି। ଏବେ ସୋନମଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ସୋନାମ ତାଙ୍କ ଶାଶୁ ପ୍ରିୟା ଆହୁଜାଙ୍କ ସହ ଝରକା ଦେଇ କଥା ହେଉଛନ୍ତି। ଅର୍ଥାତ୍‌ କରୋନା ଭୟରେ ସେ ତାଙ୍କ ପରିବାର ଲୋକଙ୍କଠାରୁ ମଧ୍ୟ ଦୂରେଇ ରହିଛନ୍ତି ବୋଲି କୁହାଯାଉଛି। ଏହି ଭିଡିଓଟିକୁ ସୋନମଙ୍କ ସ୍ବାମୀ ଆନନ୍ଦ ଆହୁଜା ଶେୟାର କରିବା ସହ ଲେଖିଛନ୍ତି ‘Quarantine times’. ତେବେ ସୋନମ ବିମାନ ବନ୍ଦରରୁ ଘରକୁ ଆସିବା ପୂର୍ବରୁ ତାଙ୍କର ବହୁବାର ଯାଞ୍ଚ କରାଯାଇଥିବା ସେ କୁହନ୍ତି। କିନ୍ତୁ କରୋନା ଭାଇରସକୁ ନେଇ ଲୋକେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରୁଥିବାରୁ ସୋନମ ନିଜକୁ ଆଇସୋଲେଶନରେ ରଖିବାକୁ ଠିକ୍‌ ଭାବିଥିବା ପ୍ରକାଶ କରିଛନ୍ତି।

Share