ସେଲ୍ଫ ଆଇସୋଲେଶନ୍‌ରେ ଇମ୍ରାନ

ଇସ୍‌ଲାମାବାଦ୍‌,୨୨।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ଭାଇରସ୍‌ ଯାଞ୍ଚ କରାଇବା ପରେ ସେଲ୍ଫ ଆଇସୋଲେଶନ୍‌ରେ ଯାଇଥିବା ଜଣାପଡ଼ିଛି। କିଛି ଦିନ ତଳେ ସେ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ପରେ ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ସେମାବାର ଇମ୍ରାନଙ୍କ କରୋନା ଯାଞ୍ଚ କରାଯିବା ନେଇ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। ବୁଧବାର ତାଙ୍କ ରିପୋର୍ଟ ଆସିବାକୁ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଇମ୍ରାନଙ୍କୁ ସେଲ୍ଫ ଆଇସୋଲେଶନ୍‌ରେ ରଖାଯାଇଛି। ସୂଚନା ମୁତାବକ ପାକିସ୍ତାନରେ ଏପର୍ଯ୍ୟନ୍ତ ୯୭୪୯ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ୨୦୯ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Share