ସେଲ୍‌ଫି ନେବାକୁ ପସନ୍ଦ କରନ୍ତିନି ଅନୁଷ୍କା

ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ରେ ଦେବସେନା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଠୀ। ତେବେ ଏହି ଅଭିନେତ୍ରୀଙ୍କ ସବୁଠାରୁ ଭଲ ବନ୍ଧୁ ହେଉଛନ୍ତି ଅଭିନେତା ପ୍ରଭାସ। କୌଣସି ଅସୁବିଧା ହେଲେ ରାତି ୩ ଟାରେ ମଧ୍ୟ ସେ ତାଙ୍କୁ ଫୋନ୍‌କରି ନିଜ ଅସୁବିଧା ବିଷୟରେ କହିପାରିବେ। ନିକଟରେ ଏକ ସାକ୍ଷାତ୍‌କାରରେ ଅନୁଷ୍କା ଏହା କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ୨୦୦୫ ମସିହାରେ ଯେତେବେଳେ ସେ ଡେବ୍ୟୁ ଫିଲ୍ମ ‘ସୁପର’ ର ଶୁଟିଂ ଆରମ୍ଭ ହୋଇଥିଲା, ସେତେବେଳେ ସେ ଶୁଟିଂ ଛାଡ଼ି ପଳାଇଯିବାକୁ ଚାହୁଁଥିଲେ। କାରଣ ସେ ସେତେବେଳେ କିଛି ବୁଝିପାରୁ ନ ଥିଲେ। ଏହା ବୁଝିବାକୁ ତାଙ୍କ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା। ଲାଜକୁଳି ଝିଅ ଅନୁଷ୍କା କ୍ୟାମେରା ସମ୍ମୁଖରେ ନିଜକୁ ଅସହଜ ମନେ କରିଥାନ୍ତି। ଏହି କାରଣରୁ ସେ ସେଲ୍ଫି ନେଇ ନ ଥାନ୍ତି। ଏହି କାରଣରୁ ସୋସିଆଲ ମିଡିଆରେ ଅନ୍ୟମାନଙ୍କ ପରି ସେତେଟା ଆକ୍ଟିଭ୍‌ ନୁହନ୍ତି ବୋଲି ସେ କହିଛନ୍ତି।

Share