Categories: ଖେଳ

ସେଲ୍‌ଫ ଆଇସୋଲେଶନରେ ଜାସନ ଗିଲେସ୍ପି

ମେଲବୋର୍ନ,୨୩।୩- ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତା’ର ସମସ୍ତ କ୍ରିକେଟ କାର୍ଯ୍ୟକ୍ରମକୁ ମେ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଜାସନ ଗିଲେସ୍ପ ଇଂଲଣ୍ଡରୁ ଘରକୁ ଫେରି ସେଲ୍‌ଫ ଆଇସୋଲେଶନରେ ରହିଛନ୍ତି। କାଉଣ୍ଟି କ୍ଲବ ସସେକ୍ସ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱରେ ଥିଲେ। ସେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଇସୋଲେଶନରେ ରହିବେ। ଡାହଣହାତୀ ପେସର ସମସ୍ତଙ୍କୁ ବିଦେଶରୁ ଫେରିବା ପରେ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଅଷ୍ଟ୍ରେଲିଆରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୪ରେ ପହଞ୍ଚତ୍ ସାରିଛି।

Share