ବୃତ୍ତି ପରୀକ୍ଷା ପାଇଁ ୪ ଛାତ୍ର ମନୋନୀତ

ହାଟଡ଼ିହୀ,୮।୬(ଡି.ଏନ୍‌.ଏ.): ନରେନ୍ଦ୍ରନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲର ୪ ଜଣ ଛାତ୍ର ବୃତ୍ତି ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ କୌଶୁଭ ପଣ୍ଡା, ଶୁଭମ ଶାଶ୍ୱତ ସେନାପତି, ଆଦିତ୍ୟ ନାରାୟଣ ସ୍ବାଇଁ, ପ୍ରୀତି ରଞ୍ଜନ ପାଢ଼ୀ। ଏ ନେଇ ସ୍କୁଲ ପକ୍ଷରୁ ସୂଚନା ମିଳିଛି।