ସେସୁ : ଆଦାୟ ହେଲାଣି ୬୭.୨୯ କୋଟି ବକେୟା

ଭୁବନେଶ୍ୱର,୩ା୨(ବ୍ୟୁରୋ): ସେସୁ ପକ୍ଷରୁ ବକେୟା ବିଲ୍‌ ଆଦାୟ ଏବଂ ଖିଲାପକାରୀଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ରବିବାର ୬୫୨ଜଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟି ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୦,୦୪୬ ସଂଯୋଗ କଟାଯାଇ ସାରିଲାଣି। କେବଳ ରବିବାର ସେସୁ ପକ୍ଷରୁ ୧.୯୯ କୋଟି ଟଙ୍କା ଜରିମାନା ବାବଦ ଆଦାୟ କରାଯାଇଛି। ଏହିପରି ମୋଟ୍‌ ୬୦.୨୩ କୋଟି ଟଙ୍କା ଆଦାୟ କରାଯାଇଛି। ଏତଦ୍‌ବ୍ୟତୀତ ୭.୦୬ କୋଟି ଟଙ୍କା ଅନ୍‌ଲାଇନ୍‌ ମାଧ୍ୟମରେ ଆଦାୟ କରାଯାଇଛି। ଉଭୟ ଅନ୍‌ଲାଇନ୍‌ ଏବଂ ସିଧାସଳଖ ଆଦାୟର ପରିମାଣ ୬୭.୨୯ କୋଟି ଟଙ୍କାରେ ପହଞ୍ଚତ୍ଛି।

Share