Categories: ବାଣିଜ୍ୟ

ସେସୁ ବିଦ୍ୟୁତ ବିତରଣର ଅଧିଗ୍ରହଣ କରିବ ଟାଟା ପାଓ୍ବାର

ଭୁବନେଶ୍ୱର,୨୪-୧୨: ସେଣ୍ଟ୍ରାଲ ଇଲେକଟ୍ରିସିଟି ସପ୍ଲାଇ ୟୁଟିଲିଟି ଅଫ୍‌ ଓଡ଼ିଶା (ସେସୁ)ର ବିଦ୍ୟୁତ୍‌ ଶକ୍ତି ବିତରଣକୁ ଟାଟା ପାଓ୍ବାର ଲିମିଟେଡ ଅଧିଗ୍ରହଣ କରିବ। ଏଥିଲାଗି ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟେରି କମିଶନ( ଓଇଆର୍‌ସି) ପକ୍ଷରୁ ଟାଟା ପାଓ୍ବାରକୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରାଯାଇଛି। ରାଜ୍ୟର ୫ଟି ସର୍କଲରେ ବିଦ୍ୟୁତ୍‌ର ରିଟେଲ ଯୋଗାଣ ଏବଂ ବିତରଣ ଲାଗି ସଫଳ ବିଡର ଭାବେ ଚୟନ ହୋଇଥିବା ଟାଟା ପାଓ୍ବାର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଏରିଆ ମଧ୍ୟରେ ଭୁବନେଶ୍ୱରର ସର୍କଲ-୧,୨, କଟକ, ପାରାଦୀପ ଏବଂ ଢେଙ୍କାନାଳ ଭଳି ସ୍ଥାନ ରହିଛି। ପ୍ରାଥମିକ ଭାବେ ୨୫ ବର୍ଷ ଲାଗି ଲାଇସେନ୍ସ ପ୍ରଦାନ କରାଯାଇଥିବା ଜଣାପଡିଛି।
ସେସୁ ବର୍ତ୍ତମାନ ୩୦ ହଜାର ବର୍ଗ କିିମି ଅଞ୍ଚଳରେ ସେବା ଦେଉଛି। ୧.୪ କୋଟି ଜନସଂଖ୍ୟା ୨.୫ ନିୟୁତ ଗ୍ରାହକ ଏହା ମଧ୍ୟରେ ସାମିଲ ରହିଛନ୍ତି। ସେସୁର ହାରାହାରି ଶକ୍ତି ଚାହିଦା ୧୩୦୦ ମେଗାଓ୍ବାଟ ରହିଛି। ଟାଟା ପାଓ୍ବାରର ପ୍ରସ୍ତାବିତ ସେସୁ ଅଧିଗ୍ରହଣ ସ୍ପେଶାଲ ପରପୋଜ ଭେଇକିଲ ଅନ୍ତର୍ଗତ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ୪୯% ଅଂଶଧନ ଏବଂ ଟାଟାପାଓ୍ବାରର ୫୧% ଅଂଶଧନ ରହିବ। ବିଦ୍ୟୁତ ଶକ୍ତି ଉତ୍ପାଦନ, ବିତରଣ ଏବଂ ଯୋଗାଣ କ୍ଷେତ୍ରରେ ସଫଳତା ସହ ବିଭିନ୍ନ ସ୍ଥାନରେ ସରକାରୀ-ଘରୋଇ ସହଭାଗିତାରେ କାର୍ଯ୍ୟ କରୁଥିବା ଟାଟା ପାଓ୍ବାରର ଏମ୍‌ଡି ତଥା ସିଇଓ ପ୍ରବୀର ସିହ୍ନା କହିଛନ୍ତି। ଓଡ଼ିଶାରେ ଗ୍ରାହକଙ୍କୁ ୨୪ ଘଣ୍ଟିଆ ନିରନ୍ତର ସେବା ଯୋଗାଣ ଦିଗରେ ଉଦ୍ୟମ ଜାରି ରହିବ

Share