ସେହି ୧୬ବର୍ଷ

ଡିମ୍ପଲ କାପାଡିଆଙ୍କ ହିନ୍ଦୀ ସିନେମା କ୍ୟାରିୟର ଆରମ୍ଭ ହୋଇଥିଲା ‘ବବି’ରୁ। ରାଜ କପୁର ଏହି ନବାଗତାଙ୍କ ଉପରେ ଭରସା ରଖି ତାଙ୍କୁ ସେ ସମୟର ରୋମାଣ୍ଟିକ ନାୟକ ରିଷି କପୁରଙ୍କ ଅପୋଜିଟ୍‌ରେ ଚୟନ କରିଥିଲେ। ହେଲେ ସେତେବେଳେ ଡିମ୍ପଲଙ୍କ ବୟସ କେତେ ଥିଲା ଜାଣନ୍ତି ? ମାତ୍ର ୧୬ବର୍ଷ। ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ସଫଳତା ଅର୍ଜନ କରିଥିଲା। ହେଲେ ତା’ପରେ ରାଜେଶ ଖାନ୍ନାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚିତ ହୋଇଥିଲେ ଡିମ୍ପଲ। ଶେଷରେ ୩୧ବର୍ଷ ବୟସ୍କ ରାଜେଶ ଡିମ୍ପଲଙ୍କୁ ବିବାହ କରିଥିଲେ। ଖାସ୍‌ କଥା ହେଲା ଏହି ବିବାହ ସମୟରେ ଡିମ୍ପଲଙ୍କ ବୟସ ମଧ୍ୟ ଥିଲା ୧୬ବର୍ଷ।

Share