Categories: ଖେଳ

ସେହ୍ବାଗଙ୍କ କେଶଠାରୁ ମୋ ପାଖରେ ଅଧିକ ଟଙ୍କା ଅଛି

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୀମା ଟପିଛି। ସୋଏବ ବ୍ୟବସାୟ ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ବୋଲି ସେହ୍ବାଗ କହିବାର ଗୋଟିଏ ଦିନ ପରେ ପ୍ରତିକ୍ରିୟା ଦେଇଛନ୍ତି ରାଉଲପିଣ୍ଡି ଏକ୍ସପ୍ରେସ୍‌। ସେହ୍ବାଗଙ୍କ କେଶଠାରୁ ଅଧିକ ଟଙ୍କା ମୋ ପାଖରେ ଅଛି ବୋଲି ସେ କହିଛନ୍ତି। ସେହ୍ବାଗଙ୍କୁ ବୁଝିବା ଦରକାର ଯେ, ମୁଁ ୪ଟି ଖବର ଲେଖି ପ୍ରସିଦ୍ଧି ଅର୍ଜନ କରିନାହିଁ। ୧୫ ବର୍ଷ ଧରି କ୍ରିକେଟ ଖେଳି ଇଜ୍ଜତ କମାଇଛି। ମୁଁ ଖୁସି ଯେ, ଆଜିକାଲି ମୋ କଥା ପ୍ରାଥମିକତା ଦିଆଯାଉଛି। ଯିଏ ମୋ କଥା ନ ବୁଝି ଟଙ୍କା ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛି ବୋଲି କହୁଛନ୍ତି ତେବେ କ’ଣ ଭାରତ ବିଶ୍ୱର ନମ୍ବର ୧ ଟିମ୍‌ ନୁହେଁ, ବିରାଟ କୋହଲି ନମ୍ବର ୧ ବ୍ୟାଟ୍ସମ୍ୟାନ୍‌ ନୁହଁନ୍ତି। ସେମାନଙ୍କୁ ପ୍ରଶଂସା କରିବା କ’ଣ ମୋର ଭୁଲ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସେହ୍ବାଗ କହିଥିଲେ, ସୋଏବ ଭାରତର ଭଲ ବନ୍ଧୁ ହୋଇଯାଇଛନ୍ତି। କାରଣ ଭାରତରୁ ଭଲ ବ୍ୟବସାୟ ଚାହୁଁଛନ୍ତି ସେଥିପାଇଁ ସେ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି। ନିଜ ୟୁଟ୍ୟୁବ୍‌ ଚ୍ୟାନେଲର ଲୋକପ୍ରିୟତା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ଅପେକ୍ଷା ଭାରତୀୟ ଦଳକୁ ଅଧିକ ସମର୍ଥନ ଦେଉଛନ୍ତି।

Share